ନିଜ ପ୍ରିୟ ପୃଷ୍ଠପୋଷକଙ୍କ ଜନ୍ମଦିନ ପାଳିଲେ ଶ୍ରଦ୍ଧା ସଞ୍ଜିବନୀ ଅନ୍ତେବାସୀ

ବ୍ରହ୍ମପୁର – ଗୋପାଳପୁର ସ୍ଥିତ ଶ୍ରଦ୍ଧା ସଞ୍ଜିବନୀ ଚାଇଲ୍ଡ କେୟାର ହୋମ୍‌ର ଅନ୍ତେବାସୀଙ୍କ ପାଇଁ ମେ ୨୯ ତାରିଖ ହେଉଛି ଏକ ସ୍ମରଣୀୟ ଦିବସ । କାହିଁକି ନା ଏହି ଦିନ ହେଉଛି ସେମାନଙ୍କର ପ୍ରିୟ ପୃଷ୍ଠପୋଷକ ଭି.କେ ପାଣ୍ଡିଆନଙ୍କ ଜନ୍ମଦିନ । ସବୁ ବର୍ଷ ପରି ଏବର୍ଷ ମଧ୍ୟ ଶ୍ରଦ୍ଧା ସଂଜିବନୀ ପକ୍ଷରୁ ଭି.କେ ପାଣ୍ଡିଆନଙ୍କ ଜନ୍ମଦିନ ହର୍ଷ ଉଲ୍ଲାସରେ ପାଳନ କରାଯାଇଛି । ଜନ୍ମଦିନ ପାଳନ ବେଳେ କୋଭିଡ କଟକଣା ସଂପୂର୍ଣ୍ଣ ଭାବେ ଅନୁସରଣ କରାଯାଇଥିଲା । ଅନ୍ତେବାସୀମାନେ କେକ୍ କାଟିଥିଲେ । ଏହି ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଗୋପାଳପୁର ସ୍ଥିତ ଏହି ଚାଇଲଡକେୟାର ହୋମ୍ ହେଉଛି ଭି.କେ ପାଣ୍ଡିଆନଙ୍କ ମାନସ ମନ୍ଥନ । ଗଞ୍ଜାମ ଜିଲ୍ଲାପାଳ ଥିଲା ବେଳେ ସେ ଏହା ପ୍ରତିଷ୍ଠା କରିଥିଲେ । ଯେତେବେଳେ ସେ ଗଞ୍ଜାମ ଗସ୍ତରେ ଆସନ୍ତି, ଶ୍ରଦ୍ଧା ସଂଜିବନୀ ଯିବା ପାଇଁ ସେ ଭୁଲନ୍ତି ନାହିଁ । ଏଠାରେ ଏଡ୍ସ ଆକ୍ରାନ୍ତ ୧୮ ବର୍ଷରୁ କମ୍ ୫୦ ଜଣ ପିଲା ରହନ୍ତି । ୨୦୦୭ରେ ଏହା ପ୍ରତିଷ୍ଠା ହୋଇଥିଲା । ଏଚ୍‌ଆଇଭି ସଂକ୍ରମିତ ଅନାଥ ପିଲାଙ୍କ ରହିବା, ଖାଇବା ଓ ଶିକ୍ଷା ପାଇଁ ଏଠାରେ ବ୍ୟବସ୍ଥା କରାଯାଇଛି ।

Comments are closed.