ଓଡିଶାର ସ୍କୁଲ, କଲେଜ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା

ଭୁବନେଶ୍ୱର- ରାଜ୍ୟର ସ୍କୁଲ,କଲେଜ ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ବିଷୟ ସ୍ଥାନ ପାଇବ । ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏ ସଂପର୍କିତ ସଙ୍କଳ୍ପ ପାରିତ ହୋଇଛି । ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ପାଇଁ ତାଲିମ ଦିଆଯିବ । ବିଜେଡି ସରକାରର ପଂଚମ ପାଳିର ଦୁଇ ବର୍ଷ ପୂରଣ ଅବସରରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକେ ଓଡିଶା ମଡେଲ୍ ସାରା ବିଶ୍ୱରେ ପ୍ରଶଂସିତ ହୋଇଛି । ଏଥିପାଇଁ ରାଜ୍ୟବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.