ରାଜ୍ୟରେ ୨ ସପ୍ତାହ ମଧ୍ୟରେ କୋଭିଡ ପଜିଟିଭିଟି ରେଟ୍ ଆହୁରି କମିବ : ସ୍ୱାସ୍ଥ୍ୟ ବିଭାଗ ଏସିଏସ

ଭୁବନେଶ୍ୱର- ରାଜ୍ୟରେ ଏବେ କୋରୋନା ପଜିଟିଭିଟି ହାର କମୁଛି । ୨ ସପ୍ତାହ ମଧ୍ୟରେ ରାଜ୍ୟରେ ଏହି ହାର ଆହୁରି କମିବ । ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର । ମେ ମାସ ୨୨ ତାରିଖରେ ସର୍ବାଧିକ ୧୨ ହଜାର ୮୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ସେହି ତାରିଖକୁ ହିଁ ରାଜ୍ୟର ପିକ୍ ବୋଲି ଧରିବାକୁ ହେବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ କହିଛନ୍ତି ଯେ, ରାଜ୍ୟରେ ୨୫ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ୩ ବ୍ଲାକଫଙ୍ଗସ୍ ରୋଗୀ ଅନ୍ୟ କାରଣ ପାଇଁ ପ୍ରାଣ ହରାଇଛନ୍ତି । ବ୍ଲାକଫଙ୍ଗସ୍ ଚିକିତ୍ସା ପାଇଁ ଆବଶ୍ୟକ ଇଂଜେକସନ କେନ୍ଦ୍ରକୁ ମଗାଯାଇଥିବା ସେ ସୂଚନା ଦେଇଛନ୍ତି । ଆସନ୍ତା ସପ୍ତାହକୁ ସ୍ଥିତି ସୁଧୁରିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ଓଡିଶା ୧୮ଟି ରାଜ୍ୟକୁ ୨୫ ହଜାର ଟନ୍ ଅକ୍ସିଜେନ ଯୋଗାଇ ସାରିଲାଣି । ରାଜ୍ୟରେ ଅକ୍ସିଜେନର ଅଭାବ ନାହିଁ । ଡିଆରଡିଓ ପ୍ରସ୍ତୁତ ଟୁ-ଡିଜି ଔଷଧର ୫ ହଜାର ପ୍ୟାକେଟ ପାଇଁ ଅର୍ଡର ଦିଆଯାଇଛି । ୧୦ତାରିଖ ମଧ୍ୟରେ ଏହି ଔଷଧ ରାଜ୍ୟରେ ପହଂଚିବ ।

Comments are closed.