କରୋନା ଅପଡେଟ୍‌: ଭାରତରେ ୫୦ ଦିନରେ ସବୁଠୁ କମ୍ ମାମଲା, ଆଉ ୧.୫୨ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ୩୧୨୮ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଗ୍ରାଫ୍ ଖସୁଛି । ଦୈନିକ ସଂକ୍ରମଣ କ୍ରମାଗତ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୧ ଲକ୍ଷ ୫୨ ହଜାର ୭୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୫୦ ଦିନରେ କରୋନାର ଏହା ସବୁଠାରୁ କମ୍ ମାମଲା । ସେପଟେ ଦିନକରେ ଏହି ରୋଗରେ ଆଉ ୩୧୨୮ ଲୋକଙ୍କ ମୃତ୍ୟୁ ହୋଇଛି । କରୋନାରୁ ପୁଣି ୨ ଲକ୍ଷ ୩୮ ହଜାର ୨୨ ଲୋକ ସୁସ୍ଥ ହୋଇଛନ୍ତି ।

ଭାତରରେ ମୋଟ କରୋନା ମାମଲା ୨ କୋଟି ୮୦ ଲକ୍ଷ ୪୭ ହଜାର ୫୩୪କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୨ କୋଟି ୫୬ ଲକ୍ଷ ୯୨ ହଜାର ୩୪୨ ସୁସ୍ଥ ହୋଇଛନ୍ତି । କରୋନାରେ ଏଯାବତ ୩ ଲକ୍ଷ ୨୯ ହଜାର ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ହ୍ରାସ ପାଉଛି । ଏବେ ଭାରତରେ ୨୦ ଲକ୍ଷ ୨୬ ହଜାର ୯୨ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.