ରାଜ୍ୟରେ ଲକଡାଉନ ପ୍ରଭାବର ସୁଫଳ ଦେଖିବାକୁ ମିଳୁଛି : ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ମେ ମାସରେ କୋରୋନା ସଂକ୍ରମଣ ଘାତକ ଥିଲା । ସେ ଟ୍ରେଣ୍ଡ୍ ଏବେ କମୁଛି । ଜୁନ ମାସରେ ମଧ୍ୟ ସେହି ଟ୍ରେଣ୍ଡ ବଜାୟ ରହିବ ବୋଲି ଆଶା ପ୍ରକାଶା କରିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସେ କହିଛନ୍ତି ଯେ, ଲକଡାଉନ୍‌ର ୪ ସପ୍ତାହ ପରେ ହିଁ ଏହାର ପ୍ରଭାବ ଦେଖାଯାଏ । ବର୍ତ୍ତମାନ ଲକଡାଉନର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳୁଛି । ସୁନ୍ଦରଗଡରେ ସଂକ୍ରମଣ ଅଧିକ ଥିଲା, ଏବେ ତାହା କମିବାରେ ଲାଗିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତିନିଟି ଜିଲ୍ଲାରେ ଲକଡାଉନ କୋହଳକୁ ନେଇ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ । ପଜିଟିଭ ସଂଖ୍ୟା ଯଦି ବଢେ, ତାହା ହେଲେ ପୁଣି ଲକଡାଉନ କଟକଣା କଡା କରାଯିବ । ଲୋକେ ଏ ନେଇ ସଚେତନ ହେବା ଦରକାର ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.