ନିଜ ଦଳକୁ ପରାମର୍ଶ ଦେଲେ ବିଜେପି ନେତାଙ୍କ ପୁଅ, ମମତାଙ୍କୁ ସମାଲୋଚନା ନ କରି ଆତ୍ମସମୀକ୍ଷା କର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ପରାଜୟ ପରେ ଦଳ ଭତରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଏବେ ବିଜେପି ନେତା ମୁକୁଲ ରୟଙ୍କ ପୁଅ ଶୁଭ୍ରାଂଶୁଙ୍କ ଏକ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଶୁଭ୍ରାଂଶୁ ତାଙ୍କର ଏହି ଫେସବୁକ୍‌ରେ ବିଜେପିକୁ କିଛି ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ମମତା ବାନାର୍ଜୀଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ବିଜେପି ପ୍ରଥମେ ଆତ୍ମସମୀକ୍ଷା କରୁ ।

ଶୁଭ୍ରାଂଶୁ ୨୦୧୯ରେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟ୍‌ରେ ବିଜପୁର ଆସନରୁ ଲଢ଼ିଥିଲେ । ହେଲେ ସେ ପରାସ୍ତ ହୋଇଥିଲେ ।

ନିଜ ଦଳକୁ ଶୁଭ୍ରାଂଶୁ ଏପରି ପରାମର୍ଶ ଦେବା ପରେ ବିଜେପି ମଧ୍ୟରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି । ଆକି କିଛି ରାଜନୀତି ସମୀକ୍ଷକଙ୍କ ମତରେ ଶୁଭ୍ରାଂଶୁ କୁଆଡେ ତୃଣମୂଳ କଂଗ୍ରେସକୁ ଫେରିବାକୁ ଚାହୁଁଛନ୍ତି ।

Comments are closed.