ବିଏମସି ପକ୍ଷରୁ ଆପାର୍ଟମେଂଟ୍ ‘ଡୋର୍ ଷ୍ଟେପ୍‌’ ଟିକାକରଣ ଆରମ୍ଭ

ଭୁବନେଶ୍ୱର- ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ‘ଡୋର୍ ଷ୍ଟେପ୍‌’ ଟିକାକରଣ ଅଭିଯାନ । ପ୍ରଥମ ଦିନରେ ୩ଟି ଜୋନ୍‌ର ୬ଟି ଆପାର୍ଟମେଂଟ୍‌ରେ ଟିକାକରଣ ଚାଲିଛି ।

ପ୍ରତି ଆପାର୍ଟମେଂଟରେ ୨ ଶହ ଲୋକଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ୱର ମହାନଗର ନିଗମ –ବିଏମସି । ଟିକାକରଣ ନେଇ ଆପାର୍ଟମେଂଟ କଲ୍ୟାଣ ସଂଘ ଆବେଦନ କରିଥିଲା । କେବଳ ୪୫ ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କୁ ଏହି ଡୋର୍ ଷ୍ଟେପ୍ ଟିକାକରଣରେ ସାମିଲ କରାଯାଇଛି । ପୂର୍ବରୁ ଆପାର୍ଟମେଂଟଗୁଡିକରେ ବିଏମସି ପକ୍ଷରୁ କୋଭିଡ ଟେଷ୍ଟ ମଧ୍ୟ କରାଯାଇଥିଲା ।

Comments are closed.