କୋଭିଡ ଆକ୍ରାନ୍ତଙ୍କ ପାଇଁ କଟକରେ ଆରମ୍ଭ ହେଲା ‘ଭ୍ରାମ୍ୟମାଣ ଏକ୍ସ-ରେ’ ସେବା

କଟକ- କଟକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଏକ୍ସ-ରେ ସେବା । କୋଭିଡ କେୟାର ସେଂଟର ଓ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା କୋଭିଡ ରୋଗୀଙ୍କୁ ଏହି ସେବା ଉପଲବ୍ଧ ହୋଇପାରିବ । ଏହି ସେବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବା ରୋଗୀଙ୍କୁ ଅତି ଗୁରୁତର ହେବା ପୂର୍ବରୁ ଚିହ୍ନଟ କରି ଉତ୍ସର୍ଗୀକୃତ କୋଭିଡ୍ ହସପିଟାଲ ପଠାଯାଇପାରିବ । କଟକ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।

Comments are closed.