ବିମାନରେ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବା ଟିକା ପ୍ରମାଣପତ୍ର ଜରୁରୀ

ଭୁବନେଶ୍ୱର- ବିମାନରେ ଭୁବନେଶ୍ୱର ଆସିଲେ କୋଭିଡ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଯାତ୍ରୀଙ୍କୁ ନେଗେଟିଭ କିମ୍ବା ଟିକା ନେଇଥିବାର ରିପୋର୍ଟ ଦେଖାଇବାକୁ ପଡିବ । ୪୮ ଘଂଟା ଭିତରେ ଆରଟିପିସିଆର୍ ଟେଷ୍ଟ କରିଥିବା ଜରୁରୀ । ଯଦି ଯାତ୍ରୀଙ୍କ ରିପୋର୍ଟ ନ ଥିବ, ତାହାହେଲେ ବିମାନବନ୍ଦରରେ ଆଂଟିଜେନ୍ ଟେଷ୍ଟ୍ କରାଯିବ । ନେଗେଟିଭ ଆସିଲେ ଗନ୍ତବ୍ୟସ୍ଥଳକୁ ଯାତ୍ରୀ ଯାଇପାରିବେ । ପଜିଟିଭ ଆସିଲେ ସଂଗରୋଧରେ ରହିବା ବାଧ୍ୟତାମୂଳକ । ଯାତ୍ରୀମାନେ କୋଭିଡ କେୟାର ହୋମ୍ ବା କ୍ୱାରେଂଟିନ କେନ୍ଦ୍ରରେ ରହିପାରିବେ ।

Comments are closed.