ଚଳିତବର୍ଷ ଦେଶରେ ସ୍ୱାଭାବିକ ବା ଅଧିକ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ଓଡିଶାରେ ବି ଭଲ ବର୍ଷିବ

ନୂଆଦିଲ୍ଲୀ – ଚଳିତବର୍ଷ ସ୍ୱାଭାବିକ ବା ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କେନ୍ଦ୍ର ଭାରତ ଓ ଓଡିଶାରେ ଭଲ ବର୍ଷା ହେବ । ଆସନ୍ତା ୩ ତାରିଖରେ କେରଳରେ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ହେଲେ ଓଡିଶାରେ ରଜ ପରେ ପ୍ରବେଶ କରିବ ମୌସୁମୀ । ଜୁନରୁ ସେପଟେମ୍ବର ମଧ୍ୟରେ ଓଡିଶାରେ ୧୧୫୦ ମିଲିମିଟର ବର୍ଷା ହେବା ସମ୍ଭାବନା ରହିଛି । ଓଡିଶାର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ବା ଅଧିକ ବର୍ଷାର ପୂର୍ବାନୁମାନ କରାଯାଇଛି । ମୌସୁମୀ ବାୟୁ କେରଳ ଛୁଇଁବାରେ ଦିନେ ଦୁଇଦିନ ବିଳମ୍ବ ହୋଇଥିବାରୁ ଓଡିଶାରେ ବି ସେହି ଅନୁସାରେ ବିଳମ୍ବରେ ପହଂଚିବ ।

Comments are closed.