୧୦୪ ହେଲ୍ପଲାଇନ କର୍ମଚାରୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ କେବଳ ସ୍ୱାସ୍ଥ୍ୟକର୍ମୀ ନୁହଁନ୍ତି, ଅନ୍ୟମାନଙ୍କର ବି ଏହି ଲଢେଇରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । କୋଭିଡ ପାଇଁ ଜାରି ହୋଇଥିବା ହେଲ୍ପଲାଇନ ନମ୍ବର ୧୦୪ର କର୍ମଚାରୀମାନେ ମଧ୍ୟ ଭଲ ସେବା ଯୋଗାଉଛନ୍ତି । ଏଥିପାଇଁ ୧୦୪ ହେଲପଲାଇନ୍ସର ସବୁ କର୍ମଚାରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

କୋଭିଡ ସମୟରେ ୧୦୪ ହେଲପଲାଇନ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ତ୍ୱରିତ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ସେମାନଙ୍କର ବି ଅବଦାନ ରହିଛି । ସେମାନଙ୍କ ଦ୍ୱାରା ବହୁଲୋକଙ୍କ ଜୀବନ ରକ୍ଷା ହୋଇପାରୁଛି ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

Comments are closed.