କୋରୋନାରେ ରାଜ୍ୟରେ ଆଉ ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କୋରୋନାଜିତ ମୃତ୍ୟୁସଂଖ୍ୟା ୨ ହଜାର ୮୭୩କୁ ବୃଦ୍ଧି ପାଇଛି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫ ଜଣ କୋରୋନା ରୋଗୀ ପ୍ରାଣ ହରାଇଛନ୍ତି । କଳାହାଣ୍ଡି ଓ କଟକ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡା, ଖୋର୍ଦ୍ଧା ଓ ବୌଦ୍ଧରୁ ୩ ଜଣ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି । କେନ୍ଦ୍ରାପଡା, ନବରଙ୍ଗପୁର ଓ ରାୟଗଡାରୁ ୨ ଜଣ ଲେଖାଏଁ ଏବଂ ଗଞ୍ଜାମ, ପୁରୀ, ବରଗଡ ଓ ଭଦ୍ରକରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁସଂଖ୍ୟା ହେଉଛି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ।

Comments are closed.