‘ସ୍ପୁଟନିକ-ଭି’ର ଉତ୍ପାଦନ ପାଇଁ ଡିସିଜିଆଇ ଠାରୁ ଅନୁମତି ଲୋଡ଼ିଲା ସେରମ୍ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ: ଭାରତରେ ରୁଷୀୟ ଟିକା ‘ସ୍ପୁଟନିକ-ଭି’ର ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତୀୟ ଡ୍ରଗ୍ସ ନିୟାମକ (ଡିସିଜିଆଇ)ଙ୍କ ଠାରୁ ମଞ୍ଜୁରି ଲୋଡିଛି । ସେରମ୍ ଭାରତରେ ଏବେ ‘କୋଭିଶିଲ୍ଡ’ ଟିକାର ଉତ୍ପାଦନ କରୁଛି । ଏହାଛଡ଼ା ଆଉ ଏକ କୋଭିଡ୍ ଟିକା ‘ନୋଭାଭାକ୍ସ’ର ଉତ୍ପାଦନ ଦାୟିତ୍ୱ ବି ନେଇଛି ।

ଭାରତରେ ସମ୍ପ୍ରତି ‘ସ୍ପୁଟନିକ-ଭି’ର ଉତ୍ପାଦନ ହାଇଦ୍ରାବାଦ୍ ସ୍ଥିତ ଫାର୍ମା କମ୍ପାନୀ ଡକ୍ଟର ରେଡୀ ଲାବୋରେଟୋରି କରୁଛି । ‘ସ୍ପୁଟନିକ-ଭି’ ହେଉଛି ତୃତୀୟ ଟିକା ଯାହାକୁ ଭାରତରେ ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି । ଏହି ଟିକା ଜୁନ୍ ଦ୍ୱିତୀୟ ସପ୍ତାହରୁ କେବଳ ଆପୋଲୋ ହସ୍ପିଟାଲରେ ମିଳିବ । ସ୍ପୁଟନିକ-ଭି’ର ପ୍ରତି ଡୋଜ୍ ପିଛା ଦାମ ୧୧୯୫ ଟଙ୍କା ରଖାଯାଇଛି ।

ଜୁନ୍‌ରେ ୧୦ କୋଟି କୋଭିଶିଲ୍ଡ ଡୋଜ୍ ଯୋଗାଇବା ପାଇଁ ସେରମ୍ ପୂର୍ବରୁ କେନ୍ଦ୍ର ସରକାରଙ୍କୁ କହିଛି । ବିଶ୍ୱର ଏହି ବୃହତ ଟିକା ନିର୍ମାତା କମ୍ପାନୀ ଆମେରିକାର କୋଭିଡ୍ ଭାକ୍ସିନ ‘ନୋଭାଭାକ୍ସ’ ମଧ୍ୟ ଉତ୍ପାଦନ କରୁଛି ।

Comments are closed.