୧୦ରୁ ୧୫ ଦିନ ମଧ୍ୟରେ ହ୍ରାସ ପାଇବ ସଂକ୍ରମଣ, ମେ ୧୫-୨୪ ଯାଏଁ ଶୀର୍ଷରେ ଥିଲା କୋରୋନା : ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର – ରାଜ୍ୟରେ ଆଉ ୧୦ରୁ ୧୫ ଦିନ ମଧ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇବ । ମେ ୧୫ରୁ ୨୫ ଯାଏ ରାଜ୍ୟରେ କୋରୋନା ସଂକ୍ରମଣ ଶୀର୍ଷରେ ଥିଲା । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ମୃତ୍ୟୁହାରରେ ଜାତୀୟସ୍ତରଠାରୁ ଓଡିଶାର ସ୍ଥିତି ଭଲ ରହିଛି । ଅନ୍ୟ ରୋଗ ପାଇଁ କୋରୋନା ମୃତ୍ୟୁ ସଂଖ୍ୟା ବଢୁଥିବା ସେ କହିଛନ୍ତି । ଲୋକଙ୍କ ଅବହେଳା ହିଁ ମୃତୁର କାରଣ ହେଉଛି । ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ପରି ଜାଗାରେ ସଂକ୍ରମଣ ଅଧିକ ରହୁଛି ।

ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ବି ୧.୬୧୭.୨ ଭୂତାଣୁ ଦେଖା ଦେଇଛି । ୬୦ ପ୍ରତିଶତ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରୁଛି । ଓଡିଶାରେ ବି ସମାନ ଅନୁପାତରେ ସେହି ଭୂତାଣୁ ଦେଖାଦେଇଛି । ଏବେ ତୃତୀୟ ପ୍ରବାହ ପାଇଁ ସମସ୍ତେ ପ୍ରସ୍ତୁତ ହେଉଛନ୍ତି ।

Comments are closed.