ପଜିଟିଭ ଅଧିକ ଚିହ୍ନଟ ହେଉଥିବା ୫ ଜିଲ୍ଲାରେ କୋଭିଡ୍ ବେଡ୍ ସଂଖ୍ୟାରେ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ବିପଦ ସଂପୂର୍ଣ୍ଣ ଟଳିନାହିଁ । କିଛି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଉଦବେଗଜନକ । ଅଧିକ ପଜିଟିଭ ଚିହ୍ନଟ ହେଉଥିବା ଜିଲ୍ଲାମାନଙ୍କ ମଧ୍ୟରେ ଖୋର୍ଦ୍ଧା,ଅନୁଗୁଳ,କଟକ,ଢେଙ୍କାନାଳ ଓ ସୁନ୍ଦରଗଡ ରହିଛି ।

ଏହି ୫ଟି ଜିଲ୍ଲାରେ କୋଭିଡ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି । ଏସବୁ ଜିଲ୍ଲାର କୋଭିଡ୍ ବେଡ୍ ସହ ଆଇସିୟୁ ସଂଖ୍ୟା ବି ବଢିଛି । ଖୋର୍ଦ୍ଧା ଜିଲ୍ଲାରେ ୩୪୦, କଟକରେ ୧୭୭, ସୁନ୍ଦରଗଡରେ ୧୫୦ ,ଅନୁଗୁଳରେ ୧୨୦ ଓ ଢେଙ୍କାନାଳରେ ୧୦୦ଟି ବେଡ୍ ବଢାଯାଇଛି ।

Comments are closed.