ରାଜ୍ୟରେ କୋରୋନା ସ୍ଥିତିରେ ଆଖିଦୃଶିଆ ଉନ୍ନତି, ସେତେ ମାରାତ୍ମକ ହେବ ନାହିଁ ତୃତୀୟ ପ୍ରବାହ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର- ରାଜ୍ୟରେ କୋରୋନାର ଦ୍ୱିତୀୟ ପ୍ରବାହ ମଝିରେ ଦୈନିକ ପଜିଟିଭ ହାର ୨୬ ପ୍ରତିଶତ ଥିଲା । ଏବେ ଏହା ଖସି ୧୧ ପ୍ରତିଶତରେ ପହଂଚିଛି । ଲକଡାଉନ ହଟିଲା ବେଳେକୁ ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଥିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ କୋରୋନାର ତୃତୀୟ ଲହର ସେତେଟା ମାରାତ୍ମକ ହେବ ନାହିଁ । କାରଣ ସମ୍ଭାବ୍ୟ ତୃତୀୟ ପ୍ରବାହ ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ତୃତୀୟ ପ୍ରବାହରେ ମୃତ୍ୟୁ ସଂଖ୍ୟା ୪ ପ୍ରତିଶତ ରହିବ ବୋଲି ଡାକ୍ତର ମିଶ୍ର ପୂର୍ବାନୁମାନ କରିଛନ୍ତି । ତୃତୀୟ ପ୍ରବାହ ବେଳକୁ ବହୁ ଲୋକ ଟିକା ନେଇସାରିଥିବେ ଓ କିଛି ଔଷଧ ବି ଆସିଯାଇଥିବା । ତେଣୁ ମହାମାରୀର ତୃତୀୟ ପ୍ରବାହ ଘାତକ ହେବା ଆଶଙ୍କା ଅପେକ୍ଷାକୃତ କମ୍ ବୋଲି ସେ କହିଛନ୍ତି । ଦ୍ୱିତୀୟ ଡୋଜ୍ ଟିକା ପ୍ରକ୍ରିୟା ୩ ମାସ ବିଳମ୍ବ ହେଲେ କିଛି ଅସୁବିଧା ନାହିଁ ବୋଲି ଡାକ୍ତର ମିଶ୍ର କହିଛନ୍ତି ।

Comments are closed.