ମହାପ୍ରଭୁଙ୍କ ଭିତର ଚନ୍ଦନ ର ଆଜି ପ୍ରଥମ ଜଳକ୍ରୀଡ଼ା ନୀତି

ପୁରୀ : ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ ଚନ୍ଦନଯାତ୍ରା । ମାନବୀୟ ଲୀଳା କ୍ରମରେ ଶ୍ରୀଜିଉ ଗ୍ରୀଷ୍ମ ଦାଉରୁ ଉପସମ ପାଇଁ ଶ୍ରୀଅଙ୍ଗରେ ଶୀତଳ ଚନ୍ଦନ ଲାଗି ହେବାସହ ସୁବାସିତ ଜଳରେ ଜଳକ୍ରୀଡ଼ା ମଧ୍ୟ କରିଥାନ୍ତି । ବୈଶାଖ ଶୁକ୍ଳ , ଅକ୍ଷୟ ତୃତୀୟା ଠାରୁ ଶ୍ରୀଜିଉ ୨୧ ଦିନ ବ୍ୟାପି ପବିତ୍ର ନରେନ୍ଦ୍ର ପୁଷ୍କରୀଣି ରେ ନାବକେଳୀ କରିବା ସହ ଚନ୍ଦନ କୁଣ୍ଡରେ ସ୍ନାନ କରିଥାନ୍ତି । ମହାପ୍ରଭୁଙ୍କ ଏହି ନିତିରେ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ମଧ୍ୟ ନରେନ୍ଦ୍ର ପୁସ୍ତରୀଣିକୁ ମଧ୍ୟ ବିଜେ କରିଥାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦ୍ବିପହର ଧୂପ ବଢିବା ପରେ ଯାତଭୋଗ ନିତି ଅନୁଷ୍ଠିତ ହୋଇଥାଏ । ଏହାପରେ ଚଳନ୍ତି ବିଗ୍ରହ ଶ୍ରୀମଦନମୋହନ , ଶ୍ରୀଦେବୀ , ଭୂଦେବୀଙ୍କ ସହ ଶ୍ରୀରାମକୃଷ୍ଣ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ, ଶ୍ରୀଦେବି, ଭୂଦେବୀଙ୍କ ମଣିବିମାନକୁ ଓ ଶ୍ରୀରାମକୃଷ୍ଣ ପାଲିଙ୍କିକୁ ବିଜେ ହୋଇ ନରେନ୍ଦ୍ର ସରୋବରକୁ ଫଚପାଣ୍ଡବଙ୍କ ସହ ଯାତ୍ରା କରିଥାନ୍ତି । ସେଠାରେ ଦିନଚାପ ପରେ ଶ୍ରୀବିଗ୍ରହମାନେ ଚନ୍ଦନ କୁଣ୍ଡରେ ସ୍ନାନ କରିବା ପରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ବେଶରେ ମଦନମୋହନ ସଜ୍ଜିତ ହୋଇଥାନ୍ତି । ଏହାପରେ ସତନ୍ତ୍ର ଭାବରେ ନିର୍ମିତ ମାଣ୍ଡୁଅ ଓ କେଳୀ ଭୋଗଲାଗି ସରିବାପରେ ରାତିଚାପ ଅନୁଷ୍ଠିତ ହୋଇଥାଏ । ୨୦ ତମ ଦିନରେ ଭଉଁରି ଉତ୍ସବ ହୋଇଥାଏ, ଶେଷଦିନ ଚଳନ୍ତି ବିଗ୍ରହଙ୍କର ହଳଦିପାଣି ଖେଳାହୋଇଥାଏ । ଏହିପରି ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ଶେଷ ହୋଇଥାଏ ।

ଜଳକ୍ରୀଡ଼ା ଏକାଦଶୀ : ଏହାପରେ ଆରମ୍ଭ ହୋଇଥାଏ ଭିତର ଚନ୍ଦନ । ଭିତର ଚନ୍ଦନ ସମୟରେ ଏହି ୨୧ ଦିନ ଶ୍ରୀଜିଉ ମାନଙ୍କର ଦ୍ବିପହର ଧୂପ ଏବଂ ଜାତ ଭୋଗ ଏକା ସାଙ୍ଗରେ ସମ୍ପନ୍ନ ହୁଏ । ଏହାପରେ ସମ୍ପୂର୍ଣ ମନ୍ଦିରକୁ ଅନ୍ଧକାର କରି ଶ୍ରୀବିଗ୍ରହଙ୍କର ଆଲଟ ଓ ଚନ୍ଦନ ଲାଗି ନିତି ବଢିଥାଏ । ଭିତର ଚନ୍ଦନର ୨୧ଦିନରେ ୪ ଥର ଜଳକ୍ରୀଡା ନିତ ମନ୍ଦିର ଭିତରେ ସମ୍ପୁର୍ଣ ହୋଇଥାଏ । ଜ୍ୟେଷ୍ଠକୃଷ୍ଣ ଏକାଦଶୀ ବା ଜଳକ୍ରୀଡା । ଏକାଦଶୀ ସାବିତ୍ରୀ ଅମାବାସ୍ୟା ଶୀତଳଶଷ୍ଠୀ ଏବଂ ରୁକୁଣୀ ହରର ଏକାଦଶୀ ଦିନ ମହାପ୍ରଭୂଙ୍କର ବିବାହ ଉତ୍ସବ ପଡୁଥିବାରୁ ଉକ୍ତଦିନ ଦୋଳ ଗୋବିନ୍ଦ ଜଳକ୍ରୀତା ନିତି କରିଥାନ୍ତି ।

ଆଜି ପବିତ୍ର ଜଳକ୍ରୀଡା ଏକାଦଶୀ ତିଥି ଥିବାରୁ ଶ୍ରୀମନ୍ଦିରରେ ସତନ୍ତ୍ର ନିତି ସମ୍ପୁର୍ଣ ହୋଇଛି । ଶ୍ରୀଜିଉଙ୍କ ଦ୍ବିପହର ଧୂପ ଓ ଯାତଭୋଗ ବଢିଥିଲା । ଆଲଟ ଓ ଚନ୍ଦନ ଲାଗି ନିତି ବଢି ବେଶ ଶେଷ ହେବାପରେ ଦକ୍ଷିଣ ଘରୁ ଶ୍ରୀମଦନମୋହନ ରତ୍ନ ସିଂହାସନକୁ ବିଜେ କରିଥିଲେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ମଦନମୋହନ ଓ ଶ୍ରୀଦେବୀ ମୁକ୍ତିମଣ୍ଡପ ତଳେ ଥିବା ପାଲିଙ୍ଗକୁ ବିଜେ କରିଥିଲେ । ଏହାପରେ ଘଣ୍ଟ, ଛତା , କାହାଳୀ ସହ ଉଭୟ ଜଳକ୍ରୀଡା ମଣ୍ଡପକୁ ବିଜେକରି ସୁବାସିତ କୁଣ୍ଡରେ ଜଳକ୍ରୀଡା କରିଥିଲେ । ଏହାପରେ ବେଶବଢି ଶୀତଳ ଭୋଗ ପଣା ଭୋଗ ଅର୍ପଣ କରାଯାଇଥିଲା । ଏହି ବିଶେଷ ନିତି ପରେ ମଦନମୋହନ ଦକ୍ଷିଣି ଘରକୁ ଓ ଶ୍ରୀଦେବୀ ରତ୍ନ ସିଂହାସନକୁ ବିଜେ କରିଥିଲେ । ଏହାପରେ ଦୈନନ୍ଦିନ ନିତି ଯଥାବିଧି ଅନୁଷ୍ଠିତ ହୋଇଥିଲା ।

Comments are closed.