ଦିଲ୍ଲୀରେ ୯୫, ଛଅ ରାଜ୍ୟରେ ୧୦୦ ଟପିଲା ପେଟ୍ରୋଲ

ନୂଆଦିଲ୍ଲୀ: ପୁଣି ବଢ଼ିଛି ତୈଳ ଦର । ରବିବାର ପେଟ୍ରୋଲ ଦର ଲିଟର ପିଛା ୨୧ ପଇସା ଏବଂ ଡିଜେଲ ୨୦ ପଇସା ବୃଦ୍ଧି ହୋଇଛି । ଏଥିସହ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ୯୫ ଟଙ୍କା ଟପିଥିବା ବେଳେ ଡିଜେଲ ଲିଟର ପିଛା ୮୬ ଟଙ୍କା ହୋଇଛି ।

ମେ ୪ରୁ ଏଯାବତ୍ ୨୦ ଥର ତୈଳଦର ବୃଦ୍ଧି କରାଯାଇଛି । ସାରା ଦେଶରେ ପେଟ୍ରୋଲ-ଡିଜେଲ ଦର ଏବେ ରକର୍ଡ ସ୍ତରରେ ପହଞ୍ଚିଛି । ଏବେ ଦେଶର ୬ଟି ରାଜ୍ୟରେ ପେଟ୍ରୋଲ ଲିଟର ୧୦୦ ଟପିଛି । ଏହି ୬ ରାଜ୍ୟ ହେଲେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଲଦାଖ ।
ଦିଲ୍ଲୀରେ ମଧ୍ୟ ପଟ୍ରୋଲ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଭାଟ୍ ଓ ସ୍ଥାନୀୟ ଟିକସ ଯୋଗୁଁ ବିଭିନ୍ନ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଭିନ୍ନ ହୋଇଥାଏ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜାତୀୟ ସ୍ତରରେ ପଡିଛି । ଦୁଇ ବର୍ଷରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୭୨ ଡଲାର ଛୁଇଁଛି ।

ଭାରତରେ ପେଟ୍ରୋଲ-ଡିଜେଲରେ ରାଜସ୍ଥାନ ସବୁଠୁ ଅଧିକ ଟିକସ ଆଦାୟ କରୁଛି । ଏହାପରେ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ବି ପେଟ୍ରୋଲ-ଡିଜେଲ ଉପରୁ ସର୍ବାଧିକ ଟିକସ ସଂଗ୍ରହ କରାଯାଉଛି ।

Comments are closed.