ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା ପାଇଁ ଏସିଏସଙ୍କୁ ଚିଠି ଲେଖିଲେ ଡକ୍ଟର କ୍ରିଷନ କୁମାର

ପୁରୀ- ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ-ଏସଜେଟିଏର କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବାକୁ ଅନୁରୋଧ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଏ ବାବଦରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି ।

କୋରୋନା ମହାମାରୀ ବେଳେ ଶ୍ରୀମନ୍ଦିରର ସହ ଜଡିତ ସବୁ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରୁଥିବାରୁ ଏସଜେଟିଏ କର୍ମଚାରୀଙ୍କୁ ମଧ୍ୟ କୋରୋନା ଯୋଦ୍ଧା ଭାବେ ସ୍ୱୀକୃତି ପାଇଁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Comments are closed.