ରାଜ୍ୟର ଆଉ କିଛି ଜିଲ୍ଲାରେ କୋହଳ ହୋଇପାରେ ଲକଡାଉନ୍‌, ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବା ସମ୍ଭାବନା

ଭୁବନେଶ୍ୱର- ଦେଶରେ କୋରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହର କୋପ ହ୍ରାସ ପାଇଛି । ଦୈନିକ କୋରୋନା ସଂକ୍ରମଣ ହ୍ରାସ ସହ କିଛି ରାଜ୍ୟରେ ସତର୍କତାର ସହ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଓଡିଶାରେ ବି କୋରୋନା ମାମଲା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବାରେ ଲାଗିଛି । ସେ ଦୃଷ୍ଟିରୁ ଗ୍ରୀନଜୋନକୁ ଆସିଯାଇଥିବା ରାଜ୍ୟର ଆଉ କିଛି ଜିଲ୍ଲାରେ ରାଜ୍ୟ ସରକାର ଲକଡାଉନ କଟକଣା କୋହଳ କରିବା ନେଇ ଚର୍ଚ୍ଚା ହେଉଛି । ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇପାରେ ।

Comments are closed.