ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ କେନ୍ଦ୍ର ସରକାର, ଧାନ ୧୯୪୦ ଟଙ୍କା, ରାଶି ୪୫୨ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର ଧାନ ସମେତ ଅନେକ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ ମଞ୍ଜୁରି ଦେଇଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କାରୁ ବଢି ୧୯୪୦ ଟଙ୍କା ହୋଇଛି।

ଚଳିତ ବର୍ଷ ରାଶିର ଏମଏସପିରେ ସବୁଠୁ ଅଧିକ ବୃଦ୍ଧି ହୋଇଛି । ରାଶି କ୍ୱିଣ୍ଟାଲ ପିଛା ୪୫୨ ଟଙ୍କା ବୃଦ୍ଧି ପାଇଥିବାବେଳେ ହରଡ଼ ଏବଂ ମୁଗ ଡାଲିର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଏକ ଭର୍ଚୁଆଲ୍ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏମଏସପି ହେଉଛି ସେହି ହାର ଯେଉଁଥିରେ ସରକାର ଚାଷୀଙ୍କ ଠାରୁ ଖାଦ୍ୟ ଶସ୍ୟ କିଣନ୍ତି।

କୃଷି ମନ୍ତ୍ରୀ ତୋମାର କହିଛନ୍ତି ଯେ ଖରିଫ ଫସଲର ଏମଏସପି ୫୦ ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ସରକାର ଗତ ସାତ ବର୍ଷ ଧରି କୃଷକଙ୍କ ସ୍ୱାର୍ଥରେ ନିଷ୍ପତ୍ତି ନେଉଛନ୍ତି ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ସର୍ବଦା ପ୍ରସ୍ତୁତ ଅଛନ୍ତି।

Comments are closed.