ରାଜ୍ୟର ମେଡିସିନ ଦୋକାନୀ ଓ କର୍ମଚାରୀଙ୍କ ହେବ ଟିକାକରଣ

ଭୁବନେଶ୍ୱର- ରାଜ୍ୟର ମେଡିସିନ ଦୋକାନୀ ଓ କର୍ମଚାରୀଙ୍କ କୋଭିଡ ଟିକାକରଣ ହେବ । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଟିକା ଉପଲବ୍ଧତାକୁ ଧ୍ୟାନ ଦେଇ ଟିକାକରଣ କରାଯିବ । କେନ୍ଦ୍ର ଦେଇଥିବା ଟିକାରୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ କରାଯିବ । ୧୮ରୁ ୪୪ ବୟସ ବର୍ଗର ଲୋକଙ୍କୁ ରାଜ୍ୟ କିଣିଥିବା ଟିକାରୁ ଟିକାକରଣ କରାଯିବ ।

Comments are closed.