୫ ହଜାର ତଳକୁ ଦୈନିକ କୋରୋନା ସଂକ୍ରମଣ, ପଶ୍ଚିମ ଓ ଦକ୍ଷିଣରେ କମୁଛି, ଉପକୂଳରେ ସ୍ଥିତି ଅପରିବର୍ତ୍ତିତ

ଭୁବନେଶ୍ୱର- ରାଜ୍ୟରେ ୫ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ହଜାର ୮୫୨ ପଜିଟିଭ ମାମଲା ଆସିଛି । ସଙ୍ଗରୋଧରୁ ୨ ହଜାର ୭୬୫ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯, କଟକରୁ ୫୦୫, ଯାଜପୁରରୁ ୩୮୨, ବାଲେଶ୍ୱରରୁ ୩୬୪, କେନ୍ଦ୍ରାପଡାରୁ ୨୮୭, ଅନୁଗୁଳରୁ ୨୭୫, ପୁରୀରୁ ୨୩୭, ଭଦ୍ରକରୁ ୨୨୨ ଓ ମୟୂରଭଞ୍ଜରୁ ୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାରୁ ୧୮୦, ସୁନ୍ଦରଗଡରୁ ୧୫୭, ଢେଙ୍କାନାଳରୁ ୧୫୦, ନୟାଗଡରୁ ୧୩୬, ନବରଙ୍ଗପୁରରୁ ୧୦୮, ରାୟଗଡାରୁ ୧୦୫, କେନ୍ଦୁଝରରୁ ୯୬, ମାଲକାନଗିରିରୁ ୮୯, କୋରାପୁଟରୁ ୮୮, କନ୍ଧମାଳରୁ ୮୩, ବରଗଡରୁ ୬୧, କଳାହାଣ୍ଡିରୁ ୬୦, ବୌଦ୍ଧରୁ ୫୭, ଗଜପତିରୁ ୪୮, ସମ୍ବଲପୁରରୁ ୪୧, ଗଞ୍ଜାମରୁ ୪୦, ସୁବର୍ଣ୍ଣପୁରରୁ ୩୫, ବଲାଙ୍ଗିରରୁ ୩୧, ନୂଆପଡାରୁ ୨୨, ଦେବଗଡରୁ ୨୦, ଝାରସୁଗୁଡାରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାବତ, ୮ ଲକ୍ଷ ୪୭ ହଜାର ଲୋକ କୋରୋନା ପଜିଟିଭ ହୋଇଛନ୍ତି । ଏଥିମଧ୍ୟରୁ ୭ ଲକ୍ଷ ୮୧ ହଜାର ୪୮୮ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ୬୨ ହଜାର ୫୧୫ ରହିଛି ।

Comments are closed.