ଚିରାଗଙ୍କୁ ଆଉ ଏକ ଝଟ୍‌କା, ପଶୁପତି ପାରସଙ୍କୁ ଏଲ୍‌ଜେପି ନେତା ଭାବେ ଲୋକସଭା ବାଚସ୍ପତିଙ୍କ ସ୍ୱୀକୃତି

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ରେ ଦେଖା ଦେଇଥିବା ଦଳୀୟ କନ୍ଦଳରେ ଚିରାଗ ପାଶୱାନଙ୍କୁ ଆଉ ଏକ ଝଟ୍‌କା ଲାଗିଛି । ଚିରାଗଙ୍କ କକା ତଥା ସାଂସଦ ପଶୁପତି ପାରସଙ୍କୁ ଏଲ୍‌ଜେପି ସଂସଦୀୟ ଦଳର ନେତା ଭାବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସ୍ୱୀକୃତି ଦେଇଛନ୍ତି ।

ଦିବଂଗତ ରାମବିଳାସ ପାଶୱାନଙ୍କ ଛୋଟଭାଇ ପଶୁପତି ପାରସଙ୍କ ନେତୃତ୍ୱରେ ଏଲ୍‌ଜେପିର ମୋଟ ୬ ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ସାଂସଦ ଦଳ ବିରୋଧରେ ବିଦ୍ରୋହ କରିଛନ୍ତି । ଏହି ପାଞ୍ଚ ବିଦ୍ରୋହୀ ସାଂସଦ ରାମବିଳାସ ପାଶୱାନଙ୍କ ପୁଅ ଚିରାଗ ପାଶୱାନଙ୍କୁ କୋଣଠେସା କରି ପଶୁପତି ପାରସଙ୍କୁ ନିଜର ନେତା ଭାବେ ମନୋନୀତ କରିଛନ୍ତି । ପଶୁପତି ପାରସଙ୍କୁ ଏଲ୍‌ଜେପି ସଂସଦୀୟ ଦଳର ନେତା ଭାବେ ମାନ୍ୟତା ଦେବାକୁ ମଧ୍ୟ ସେମାନେ ଲୋକସଭା ବାଚସ୍ପତିଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ । ଏହାପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପଶୁପତି ପାରସଙ୍କୁ ଏଲ୍‌ଜେପି ସଂସଦୀୟ ଦଳର ନେତା ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି ।

Comments are closed.