ମାଲକାନଗିରି କୁଲାବେଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ

ମାଲକାନଗିରି- ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଜଙ୍ଗଲରେ ମାଓ ଶିବିର ଚାଲିଥିବା ନେଇ ସୂଚନା ମିଳିଲା ପରେ ଗତକାଲି ଏସଓଜି ଓ ଡିଭିଏଫ ପକ୍ଷରୁ ମିଳିତ ଭାବେ ଅପରେସନ ଆରମ୍ଭ କରାଯାଇଥିଲା । ଆଜି ସକାଳେ ମାଓବାଦୀଙ୍କ ସହ ମିଳିତ ଟିମ୍‌ର ମୁହାଁମୁହିଁ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଚାରି ଘଂଟା ଧରି ଗୁଳିବିନିମୟ ହୋଇଥିଲା । ପରେ ମାଓବାଦୀମାନେ ଛତ୍ରଭଙ୍କ ଦେଇଥିବା ଜଣାପଡିଛି ।

Comments are closed.