ତେଲେଙ୍ଗାନାରେ ସମ୍ପୂର୍ଣ୍ଣ ଭାବେ ହଟିବ ଲକଡାଉନ୍

ହାଇଦ୍ରାବାଦ: ରାଜ୍ୟରେ କରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଲକଡାଉନ୍ ସମ୍ପୂର୍ଣ୍ଣ ରୂପେ ହଟାଯିବ ବୋଲି ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେଲେଙ୍ଗାନା ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ସଂପୂର୍ଣ୍ଣ ହଟାଇବାକୁ ଘୋଷଣା କରିଛି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରାଜ୍ୟ ସରକାର ଜୁନ୍ ୧୯ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ, ଯଦିଓ ଏହି ସମୟ ମଧ୍ୟରେ ଲୋକଙ୍କୁ କିଛି କୋହଳ ଦିଆଯାଇଥିଲା।

ଶୁକ୍ରବାର ଦିନ ତେଲେଙ୍ଗାନାରେ କୋଭିଡ -୧୯ ର ୧୪୧୭ ନୂତନ ମାମଲା ରିପୋର୍ଟ ହେବା ସହିତ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬,୧୦,୮୩୪କୁ ବୃଦ୍ଧି ପାଇଥିବାବେଳେ ୧୨ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୩,୫୪୬ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବୁଲେଟିନ୍ ଜାରି କରି ଏହି ସୂଚନା ଦେଇଛନ୍ତି।

Comments are closed.