ଅନଲକ୍ ନେଇ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ, ସତର୍କତାର ସହ କଟକଣା ହଟାଅ

ନୂଆଦିଲ୍ଲୀ: ଅନଲକ୍ ପ୍ରକ୍ରିୟା ଆରମ୍ଭ କଲାବେଳେ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ରାଜ୍ୟରେ ଅନଲକ୍ ପରେ ବଜାରରେ ଅତ୍ୟଧିକ ଭିଡ଼ ଜମିବା ସହ ଅନେକ ସ୍ଥାନରେ ରାସ୍ତା ଜାମ୍ ଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ କେନ୍ଦ୍ର ଏଭଳି ନିର୍ଦ୍ଦେଶନାମା ଜାରି କରିଛି। ଗୃହ ବିଭାଗ ମନ୍ତ୍ରଣାଳୟ ଦ୍ୱାରା ସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଶନିବାର ପଠାଯାଇଥିବା ଚିଠିରେ ଟେଷ୍ଟ-ଟ୍ରାକ ଓ ଟ୍ରିଟ୍ ଫର୍ମୁଲା ଏବଂ ଟିକାକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହା ସହିତ କୋଭିଡ ଗାଇଡଲାଇନର ପାଳନ ସୁନିଶ୍ଚିତ କରିବା ପାଇଁ ମଧ୍ୟ କୁହାଯାଇଛି |

କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ରାଜ୍ୟମାନଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ କୋଭିଡ-୧୯ ବିରୋଧରେ ଟୀକାକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଟିକାକରଣର ଗତି ତ୍ୱରାନ୍ୱିତ କରାଯିବା ଉଚିତ୍। ଗୃହ ସଚିବ କହିଛନ୍ତି ଯେ କରୋନା ଦ୍ବିତୀୟ ଲହରୀରେ ଅନେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ସଂକ୍ରମଣକୁ ରୋକିବା ପାଇଁ ଅନେକ ରାଜ୍ୟ ପୁଣିଥରେ କଟକଣା ଲଗାଇଛନ୍ତି।

Comments are closed.