ରାଜଧାନୀର ବୁଦ୍ଧେଶ୍ୱରୀ କଲୋନୀ ଅଂଚଳରୁ ସେକ୍ସ ରାକେଟ ଠାବ

ଭୁବନେଶ୍ୱର-ସଟଡାଉନ ମଧ୍ୟରେ ରାଜଧାନୀରେ ଏକ ସେକ୍ସ ରାକେଟ ଠାବ ହୋଇଛି । ବୁଦ୍ଧେଶ୍ୱରୀ କଲୋନୀ ଅଂଚଳର ଏକ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିଲା ବେଳେ ପୋଲିସ ଚଢାଉ କରିଥିଲା । ସେକ୍ସ ରାକେଟ ଚାଲୁଥିବା ଖବର ପାଇ ଲକ୍ଷ୍‌ମୀସାଗର ଥାନା ପୋଲିସ ଗେଷ୍ଟ ହାଉସରେ ଚଢାଉ କରିଥିଲା । ଜଣେ ଯୁବତୀ ଓ ତିନି ଗ୍ରାହକଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । କେବେଠାରୁ ସେକ୍ସ ରାକେଟ ଚାଲିଥିଲା, ସେ ନେଇ ଖୋଳତାଡ କରୁଛି ପୋଲିସ ।

Comments are closed.