ସ୍ନାନମଣ୍ଡପରେ ଶ୍ରୀଜିଉଙ୍କ ଦିବ୍ୟ ଦୁର୍ଲଭ ଗଜାନନ ବେଶ

ପୁରୀ – ଶ୍ରୀକ୍ଷେତ୍ରରେ ଶାନ୍ତିଶୃଙ୍ଖଳା ପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତି ସଂପାଦିତ ହୋଇଛି । ସ୍ନାନନୀତି ପରେ ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଗଜାନନ ବେଶ କରାଯାଇଛି । ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଦିବ୍ୟ ଦୁର୍ଲଭ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି । ବିନା ଭକ୍ତରେ ଏଥର ମଧ୍ୟ ଶ୍ରୀଜିଉଙ୍କ ସ୍ନାନଯାତ୍ରା ସୀମିତ ସେବାୟତଙ୍କୁ ନେଇ ହେଉଛି । ଭିଡ ନ ହେବା ପାଇଁ ପୁରୀରେ କାଲିଠାରୁ ୧୪୪ ଧାରା ଜାରି କରାଯାଇଛି । ଆଜି ସଂଧ୍ୟାରେ ବେଶ ଓଲାଗି ପରେ ବାହୁଡା ପହଣ୍ଡି ହେବ ।

Comments are closed.