ଅଣସର ଘରେ ମହାପ୍ରଭୁ, ବ୍ରହ୍ମଗିରି ଅଲାରନାଥ ମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ

ପୁରୀ – ମହାସ୍ନାନ ପରେ ଅସୁସ୍ଥ ହୋଇପଡିଥିବା ଶ୍ରୀଜିଉମାନେ ଅଣବସର ଘରେ ସୁସ୍ଥତା ପାଇଁ ଅଛନ୍ତି । ୧୫ ଦିନ ଧରି ଚାଲିବ ମହାପ୍ରଭୁଙ୍କ ଗୁପ୍ତ ନୀତି । ଶ୍ରୀମନ୍ଦିରରେ ପଟି ଦିଅଁ ପୂଜା ପାଇବେ । ଏଣେ ଆଜିଠାରୁ ବ୍ରହ୍ମଗିରିରେ ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । କିନ୍ତୁ କୋରୋନା କାରଣରୁ ଶ୍ରଦ୍ଧାଳୁମାନେ ଅଲାରନାଥଙ୍କ ଦର୍ଶନ କରିପାରିବେ ନାହିଁ । ପ୍ରଶାସନ ପକ୍ଷରୁ ଅଲାରନାଥଙ୍କ ମନ୍ଦିର ପରିସର ଓ ବାହାରେ ୧୪୪ ଧାରା କରାଯାଇଛି । ଶ୍ରୀଜିଉଙ୍କ ଅଣବସର ସମୟରେ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରିବା ଦ୍ୱାରା ଦାରୁ ବିଗ୍ରହଙ୍କ ଦର୍ଶନର ସମାନ ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।

Comments are closed.