ଏପ୍ରିଲରେ ଡେଲଟା ପ୍ଲସ ଭେରିଆଂଟରେ ଆକ୍ରାନ୍ତ ହୋଇଥିଲେ ଦେବଗଡର ବ୍ୟକ୍ତି

ଭୁବନେଶ୍ୱର – ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଭେରିଆଂଟ ଚିହ୍ନଟ ହେବା ଘଟଣା ସଂପର୍କରେ ଅଧିକ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ଡେଲଟା ପ୍ଲସ ଭେରିଆଂଟରେ ଆକ୍ରାନ୍ତ ବ୍ୟକ୍ତି ଜଣକ ମାର୍ଚ୍ଚ ୩୦ରେ ପ୍ରଥମ ଟିକା ନେଇଥିଲେ । ସେ ଜଣେ ଲକ୍ଷଣଯୁକ୍ତ କୋଭିଡ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏପ୍ରିଲରେ ସେ ସାମ୍ପଲ ଦେଇଥିଲେ । ପରେ ସେ ଲକ୍ଷଣବିହୀନ ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Comments are closed.