ଆନ୍ତଃ ରାଜ୍ୟ ସିନିଅର ଆଥଲେଟିକ୍ସର ୧୦୦ମିଟରରେ ଦୂତି ଚାନ୍ଦ ଚତୁର୍ଥ, ବିଶ୍ୱ ମାନ୍ୟତା ଭିତ୍ତିରେ ଟୋକିଓ ଅଲିମ୍ପିକ୍ସକୁ ମିଳିପାରେ ଟିକେଟ

ପଟିଆଲା : ଟୋକିଓ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲରୁ ବଂଚିତ ହୋଇଛନ୍ତି ଧାବିକା ଦୂତି ଚାନ୍ଦ । ଜାତୀୟ ସିନିଅର ଆନ୍ତଃ-ରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପର ମହିଳା ୧୦୦ ମିଟର ଫାଇନାଲରେ ଜାତୀୟ ରେକର୍ଡଧାରିଣୀ ଦୂତି ଚାନ୍ଦ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ଦୂତି ଚାନ୍ଦ ୧୧ ଦଶମିକ ୬୨ ସେକେଣ୍ଡରେ ଦୌଡ ପୂରଣ କରି ଚତୁର୍ଥ ସ୍ଥାନରେ ରହିଥିଲେ । କିଛି ଦିନ ତଳେ ଦୂତି ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସରେ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ମଧ୍ୟ ମାତ୍ର ଅଳ୍ପକେ ଟୋକିଓ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ । ସିନିଅର ଆନ୍ତଃ-ରାଜ୍ୟ ଆଥଲେଟିକ୍ସରେ ଦୂତୀ ଚାନ୍ଦ ଚତୁର୍ଥ ସ୍ଥାନରେ ରହିଥିଲେ ମଧ୍ୟ ବିଶ୍ୱ ମାନ୍ୟତା ଭିତ୍ତିରେ ସେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବା ସମ୍ଭାବନା ରହିଛି । ବର୍ତ୍ତମାନ ଦୂତିଙ୍କ ବିଶ୍ୱ ମାନ୍ୟତା ହେଉଛି ୪୧ । ଟୋକିଓ ଅଲିମ୍ପିକ୍ସର ମହିଳା ୧୦୦ ମିଟର ଦୌଡରେ ୫୬ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ ।

Comments are closed.