ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କ ଟାଙ୍ଗିଆ ଆକ୍ରମଣରେ ମୃତ୍ୟୁ

ସମ୍ବଲପୁର- ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା କରାଯାଇଛି । ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଝାରସୁଗୁଡା ଲଇକେରା ଅଂଚଳରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେ ଗୁରୁତର ଆହତ ହେବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଲଇକେରା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଲୋକ ମଦ ପିଇବାକୁ ଧ୍ରୁବରାଜଙ୍କୁ ଶହେ ଟଙ୍କା ମାଗିଥିଲା । କିନ୍ତୁ ସେ ଟଙ୍କା ନ ଦେବାରୁ ରାଗି ଯାଇ ତାଙ୍କ ଉପରେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣା ପରେ ସେ ଫେରାରେ ହୋଇଯାଇଛି ।

Comments are closed.