କରୋନା ପ୍ରଭାବିତ କ୍ଷେତ୍ର ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କଲେ ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ: କରୋନା ପ୍ରଭାବିତ ଅର୍ଥନୀତି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଏକ ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। କରୋନା ଦ୍ୱାରା ପ୍ରଭାବିତ କ୍ଷେତ୍ରଗୁଡିକ ପାଇଁ ସେ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୫୦ ହଜାର କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ମିଳିବାକୁ ଥିବାବେଳେ ଅନ୍ୟ କ୍ଷେତ୍ରକୁ ୬୦ ହଜାର କୋଟି ଟଙ୍କା ଦିଆଯିବ। ଏହି ଯୋଜନା ଅଧୀନରେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ୭.୯୫ ପ୍ରତିଶତ ସୁଧରେ ଦିଆଯିବ | ଅନ୍ୟାନ୍ୟ କ୍ଷେତ୍ର ପାଇଁ ସୁଧ ହାର ୮.୨୫% ରୁ ଅଧିକ ହେବ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସୀତାରମଣ ।

ନିର୍ମଳା ସୀତାରମଣ କହିଛନ୍ତି ଯେ ୩ ବର୍ଷ ପାଇଁ ୠଣ ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ କରାଯିବ। ଋଣ ସୁବିଧା ଛୋଟ ୠଣ ଗ୍ରହୀତାଙ୍କୁ ଦିଆଯିବ | ୧୧ ହଜାର ପର୍ଯ୍ୟଟକ ଗାଇଡଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଆଯିବ | ପର୍ଯ୍ୟଟନ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ପଦକ୍ଷେପ ଘୋଷଣା କରି କହିଛନ୍ତି ଟ୍ରାଭେଲ ଏଜେନ୍ସିଗୁଡିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ, ଟୁରିଷ୍ଟ ଗାଇଡମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇବେ ।

Comments are closed.