ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ

ପୁରୀ – ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ । ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ । ଅଣସର ଘରେ ତାଙ୍କର ଉପଚାର ଚାଲିଛି । ଆଜି ମଧ୍ୟାହ୍ନ ଧୂପ ପରେ ପରମ୍ପରା କ୍ରମେ ବଡ ଓଡିଆ ମଠରୁ ଆସିଥିବା ଫୁଲୁରି ତେଲ ଲାଗି ହେବ । ଫୁଲୁରି ତେଲ ମାଲିସ ପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବା ବିଶ୍ୱାସ ରହିଛି ।

Comments are closed.