ଏମ୍ସ ଅଧ୍ୟୟନରେ ଖୁଲାସା: ବୟସ୍କଙ୍କ ଅପେକ୍ଷା କରୋନାରେ ୫୦ ବର୍ଷରୁ କମ୍ ଲୋକଙ୍କ ମୃତ୍ୟୁସଂଖ୍ୟା ଅଧିକ

ନୂଆଦିଲ୍ଲୀ: କରୋନା ଜନିତ ମୃତ୍ୟୁ ନେଇ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ର ଏକ ନୂତନ ଅଧ୍ୟୟନରେ ଆଶ୍ଚର୍ଯ୍ୟ ଜନକ ଖୁଲାସା ହୋଇଛି । ଏହି ଅଧ୍ୟୟନରୁ ଜଣାପଡିଛି ଯେ ୬୫ ବର୍ଷରୁ କମ୍ ଲୋକଙ୍କ ଅପେକ୍ଷା କୋଭିଡ-୧୯ରେ ୫୦ ବର୍ଷରୁ କମ୍ ଲୋକଙ୍କ ମୃତ୍ୟୁସଂଖ୍ୟା ଅଧିକ ରେକର୍ଡ କରାଯାଇଛି। ଡକ୍ଟର ରଣଦୀପ ଗୁଲେରିଆ, ନିର୍ଦ୍ଦେଶକ, ଏଆଇଏମ୍ଏସ୍, ଡକ୍ଟର ରାକେଶ ମାଲହୋତ୍ରା, ମୁଖ୍ୟ, ଏଆଇଏମ୍ଏସ୍ ଟ୍ରମା କେନ୍ଦ୍ର ଏବଂ ଅନ୍ୟାନ୍ୟଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା। ଇଣ୍ଡିଆନ୍ ଜର୍ନାଲ୍ ଅଫ୍ କ୍ରିଟିକାଲ୍ କେୟାର ମେଡିସିନରେ ପ୍ରକାଶିତ ଏହି ଅଧ୍ୟୟନରେ ମୁଖ୍ୟତ ଗତ ବର୍ଷ ଏପ୍ରିଲ୍ ୪ ରୁ ଜୁଲାଇ ୨୪ ମଧ୍ୟରେ କୋଭିଡ୍ -୧୯ ବୟସ୍କ ରୋଗୀଙ୍କ ମୃତ୍ୟୁ ଉପରେ ଫୋକସ କରାଯାଇଥିଲା।

କୋଭିଡ୍ -୧୯ ମୃତ୍ୟୁ ଉପରେ ଏମ୍ସ ଅଧ୍ୟୟନ ଭାରତର କୋଭିଡ୍ -୧୯ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମୃତ୍ୟୁର କାରଣ ଜାଣିବା ସହିତ କ୍ଲିନିକାଲ୍ ଏପିଡେମୋଲୋଜିକାଲ୍ ବୈଶିଷ୍ଟ୍ୟର ବ୍ୟାଖ୍ୟା କରିବା ପାଇଁ କରାଯାଇଥିଲା। ଅଧ୍ୟୟନ କାଳରେ ପ୍ରାୟ ୬୫୪ ବୟସ୍କ ରୋଗୀ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଏଥିମଧ୍ୟରୁ ୨୪୭ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ମୃତ୍ୟୁ ହାର ପ୍ରାୟ ୩୭.୭% ରେକର୍ଡ କରାଯାଇଛି। ଅଧ୍ୟୟନକୁ ସହଜ କରିବା ପାଇଁ ବୟସ୍କ ରୋଗୀଙ୍କୁ ୧୮ ରୁ ୫୦, ୫୧ ରୁ ୬୫ ଏବଂ ୭୫ ବର୍ଷରୁ ଅଧିକ ଆଦି ବୟସ ଶ୍ରେଣୀରେ ବିଭକ୍ତ କରାଯାଇଥିଲା। | ଅଧ୍ୟୟନରୁ ଜଣାପଡିଛି ଯେ ୧୮-୫୦ ବର୍ଷ ବୟସ ବର୍ଗରେ ୪୨.୧% , ୫୧-୬୫ ବୟସ ବର୍ଗରେ ୩୪.୮% ଏବଂ ୬୫ ଏବଂ ତଦୁର୍ଦ୍ଧ୍ୱ ବୟସ ବର୍ଗରେ ୨୩.୧% ଲୋକଙ୍କ ମୃତ୍ୟୁ ହୋଇଥିଲା ।

Comments are closed.