ନାସିରୁଦ୍ଦିନ ଶାହା ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ସତୁରୀ ଦଶକରେ ସମାନ୍ତରାଳ ସିନେମା ମାଧ୍ୟମରେ ଅନନ୍ୟ ପରିଚୟ ସୃଷ୍ଟି କରିଥିବା ଜଣାଶୁଣା ଚଳଚ୍ଚିତ୍ର ତଥା ଥିଏଟର ଅଭିନେତା ନାସିରୁଦ୍ଦିନ ଶାହାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ନାସିର ନିମୋନିଆରେ ପୀଡିତ ଥିବା ଜଣାପଡିଛି। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦୁଇ ଦିନ ତଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସେ ଠିକ୍ ଅଛନ୍ତି ଏବଂ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ତାଙ୍କ ପତ୍ନୀ ରତ୍ନା ପଠକ ଶାହା ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ ଯେ ତିନିଥର ଜାତୀୟ ପୁରସ୍କାର ଜିତିଥିବା ୭୦ ବର୍ଷିୟ ନାସିରୁଦ୍ଦିନ ଶାହାଙ୍କୁ ଖାରର ସେହି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଯେଉଁଠାରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ବର୍ଷୀୟାନ ଅଭିନେତା ଦିଲୀପ କୁମାରଙ୍କୁ ଆଜି ପୁଣି ଥରେ ଭର୍ତ୍ତି କରାଯାଇଥିଲା।

Comments are closed.