ଖୋର୍ଦ୍ଧା ରୋଡ୍ ଓ ଗୁଜରାଟର ଉଦନା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର- ଖୋର୍ଦ୍ଧା ରୋଡ୍ ଓ ଗୁଜରାଟର ସୁରଟ ଷ୍ଟେସନ ନିକଟସ୍ଥ ଉଦନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଜୁଲାଇ ୫ ତାରିଖରୁ ଖୋର୍ଦ୍ଧା ରୋଡ୍ –ଉଦନା ଖୋର୍ଦ୍ଧା ରୋଡ୍ ( ୦୮୫୮୫ ଓ ୦୮୫୮୬ )ଟ୍ରେନ୍ ଖୋର୍ଦ୍ଧା ରୋଡ୍‌ଠାରୁ ଜୁଲାଇ ୫ ତାରିଖ ରାତି ୮ଟା ୩୦ ମିନିଟରେ ଛାଡିବ । ଟ୍ରେନ ଜୁଲାଇ ୭ ତାରିଖ ଭୋର୍ ୩ଟା ୪୦ ମିନିଟରେ ଉଦନାରେ ପହଂଚିବ ।

ବିଜୟନଗରମ ଓ ଟିଟିଲାଗଡ ମାର୍ଗ ଦେଇ ଏହି ଟ୍ରେନ ଉଦନା ଯିବ । ଉଦନାଠାରୁ ଏହି ଟ୍ରେନ୍ ୭ ଜୁଲାଇ ସକାଳ ୬ଟାରେ ଛାଡି ୮ ଜୁଲାଇ ଅପରାହ୍ନ ୩ଟା ୪୦ରେ ଖୋର୍ଦ୍ଧା ରୋଡରେ ପହଂଚିବ । ଏହି ଟ୍ରେନ ଖୋର୍ଦ୍ଧା ରୋଡ୍ ଓ ଉଦନା ଆଜୁ ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ୍‌, ବିଜୟନଗରମ, ବବିଲି, ପାର୍ବତୀପୁରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ, କଂଟାବାଂଜି, ଖରିଆର ରୋଡ୍‌, ମହାସମୁଦ, ରାୟପୁର, ଦୁର୍ଗ, ଗୋନ୍ଦିଆ, ନାଗପୁର, ବଦନେରା, ଆକୋଲା, ଭୁସାବଳ, ଜଲଗାଓଁ ଓ ନନ୍ଦୁରବାର ଷ୍ଟେସନରେ ରହିବ ।

Comments are closed.