ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଜାତୀୟ ଡାକ୍ତର ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାଜ ପ୍ରତି ଡାକ୍ତରମାନଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଛନ୍ତି । ଲୋକଙ୍କ ବହୁମୂଲ୍ୟ ଜୀବନ ସୁରକ୍ଷିତ କରିବା ଦିଗରେ ବିଶେଷ କରି କୋଭିଡ ମହାମାରୀ ସମୟରେ ଡାକ୍ତରଙ୍କ ନିଷ୍ଠାପର କାର୍ଯ୍ୟ ଓ ତ୍ୟାଗର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କାର୍ଯ୍ୟ ଜାରି ରଖିଥିବା ସମସ୍ତ ଡାକ୍ତରମାନଙ୍କୁ ସେ ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Comments are closed.