୭୦ ପ୍ରତିଶତ ସିଲାବସରେ ହେବ ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର – ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫଲାଇନ ପରୀକ୍ଷା ଦେବେ । ୩୦ ପ୍ରତିଶତ ସିଲାବସ୍ ହ୍ରାସ ହୋଇଥିବାରୁ ୭୦ ପ୍ରତିଶତ ସିଲାବସରେ ହେବ ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା । ଜୁଲାଇ ୩୦ରୁ ଅଗଷ୍ଟ ୫ ମଧ୍ୟରେ ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି । ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଁ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Comments are closed.