ଜୁଲାଇ ୮ ତାରିଖରେ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆସନ୍ତା ୮ ତାରିଖରେ ରଥ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ୍ ବୈଠକରେ ଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏଥିରେ ବହୁ ବରିଷ୍ଠ ଅଧିକାରୀ ଯୋଗଦେବେ । କୋଭିଡ ଦୃଷ୍ଟିରୁ ଏଥର ମଧ୍ୟ ବିନା ଭକ୍ତରେ ହେବ ରଥ ଯାତ୍ରା । ସମଗ୍ର ପୁରୀରେ ଜାରି ହେବ ୧୪୪ ଧାରା । ବଡଦାଣ୍ଡର ଦୁଇ ପାଶ୍ୱର୍ରେ ଥିବା ହୋଟେଲ୍ ଓ ଲଜିଂ ସିଲ୍ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

Comments are closed.