ଜ୍ୟୋତିବିହାରରେ ଲୋକ ସଂସ୍କୃତି ଶୀର୍ଷକ ଜାତୀୟ ଓ୍ବେବିନାର

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଗତ ତା ୦୨୲୦୭୲୨୦୨୧ ଶୁକ୍ରବାର ଦିନ ଓଡିଆ ଲୋକ କଥା ରେ ଲୋକସଂସ୍କୃତି ଶୀର୍ଷକରେ ଏକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଓଡିଆ ବିଭାଗ ର ମୁଖ୍ୟ ତଥା ସଂଯୋଜକ ଡକ୍ଟର ନାକୁ ହାଁସଦାଃ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ଯକ୍ଷ ପ୍ରଫେସର ସଂଜତ କୁମାର ସାହୁ, ବିଷୟ ବିଶେଷଜ୍ଞ ଭାବରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର ପ୍ରଫେସର କୃଷ୍ଣ ଚନ୍ଦ୍ର ପ୍ରଧାନ, କୋଲ୍ହଣ ବିଶ୍ବବିଦ୍ୟାଳୟ ର ପ୍ରାଧ୍ୟାପକ ଡକ୍ଟର ସୁରେଶ ଚନ୍ଦ୍ର ଦାଶ ଯୋଗ ଦେଇ ଲୋକ କଥା ଲୋକସଂସ୍କୃତି ର ଏକ ଅବିଚ୍ଛିନ୍ନ ଅଂଗ ବୋଲି ଅଭିହିତ କରିଥିଲେ । ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓଡିଆ ବିଭାଗର ଏସିଷ୍ଟେଣ୍ଟ ପ୍ରଫେସର ଡକ୍ଟର ଶୁକମୁନି ମେହେର ।ପ୍ରାରମ୍ଭିକ ସଂଗୀତ ଗାନ କରି ଥିଲେ ବିଭାଗ ର ଛାତ୍ରୀ ସୁଶ୍ରୀ ନମ୍ରତା ବେହେରା । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଗବେଷକ ଚମ୍ପେଇ ମୁର୍ମୁ, ଜଗବନ୍ଧୁ ସୁନା , ଆକାଶ ଗଡତିଆ ଓ ସୁମନ୍ତ ଦେହେରୀ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡକ୍ଟର ଗୋପୀନାଥ ବାଗ ।

Comments are closed.