ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ: ସୂଚନା ପ୍ରଯୁକ୍ତିକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ବର୍ତ୍ତମାନ ଯୁଗ ହେଉଛି ଆଇଟିର ଯୁଗ । ଯେଉଁ ଦେଶ ଆଇଟି କ୍ଷେତ୍ରରେ ଯେତେ ଆଗୁଆ ସେ ଦେଶ ସେତେ ସମୃଦ୍ଧ ଦେଶ ଭାବେ ସମଗ୍ର ବିଶ୍ଵରେ ପରିଗଣିତ । ଆମ ଦେଶ ତଥା ରାଜ୍ୟର ବହୁ ଆଇଟି ଡିଗ୍ରୀଧାରୀ ବିଭିନ୍ନ ଦେଶରେ କାର୍ଯ୍ୟକରି ପ୍ରତିଷ୍ଠା ଅର୍ଜନ କରିଛନ୍ତି । ବିଗତ ବର୍ଷମାନଙ୍କ ମଧ୍ୟରେ ଆମ ରାଜ୍ୟ ଓଡ଼ିଶା ଆଇଟି କ୍ଷେତ୍ରରେ ବହୁ ଅଗ୍ରଗତି ହାସଲ କରିଛି । ତେବେ ଆଇଟି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯାଇ ଓଡ଼ିଶାକୁ ‘ ଆଇଟି ହବ୍’ରେ ପରିଣତ କରିବା ପାଇଁ ଯେଉଁ ଯୋଜନା ରହିଛି , ତାହାକୁ ପୂରଣ କରିବା ଲାଗି ଆମ ସମସ୍ତଙ୍କୁ ବଦ୍ଧପରିକର ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କ୍ରୀଡ଼ା ଓ ଯୁବସେବା , ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ କହିଛନ୍ତି ।

ଆଜି ସ୍ଥାନୀୟ ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ ମନ୍ତ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫ – ଟି ’ ଉପକ୍ରମ ଅନୁସାରେ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଏଥିରେ ସାଇବର ସିକ୍ୟୁରିଟି , ଭାରତ ନେଟ୍ , ମୋ ସରକାର ଯୋଗାଯୋଗ ସେଣ୍ଟର , ମୋ ସେବା କେନ୍ଦ୍ର , ଓଡ଼ିଶା – ୱାନ୍ ପୋର୍ଟାଲ୍‌ର କାର୍ଯ୍ୟଧାରା ଉପରେ ବରିଷ୍ଠ ଅଧୁକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ବର୍ତ୍ତମାନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟେଟ୍ ଡ୍ୟାସବୋର୍ଡ ଜରିଆରେ ଜନସାଧାରଣ କୋଭିଡ୍‌ ସଂପର୍କିତ ସୂଚନା ସହିତ ଟେଷ୍ଟି ରିପୋର୍ଟ ଏବଂ ଅକ୍ସିଜେନ ଯୋଗାଣ ସଂପର୍କରେ ସୂଚନା ପାଇପାରୁଛନ୍ତି । ଏଥି ସହିତ ମୋ ସରକାର ଆନାଲିଟିକ୍ ଡ୍ୟାସବୋର୍ଡ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସ୍ମାର୍ଟ କ୍ଲାସ୍‌ରୁମ୍ , ଉଚ୍ଚଶିକ୍ଷା ବିଭାଗର ଅନ୍‌ଲାଇନ୍ ଆଡ୍‌ମିଶନ୍ ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକୁ ଅତି ସୁଚାରୁ ରୂପେ ସଂପାସନ କରି ଲୋକଙ୍କ ଆଶା ବିଶ୍ୱାସ ଜିତିପାରିଥିବାରୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି ବୈଠକରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ତଥା ଓକାକ୍‌ର ସିଇଓ ମନୋଜ କୁମାର ପଟ୍ଟନାୟକ ଏବଂ ଓକାକ୍‌ର ଜେନେରାଲ୍ ମ୍ୟାନେଜର ମଧୁମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.