କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ପ୍ରତାପ ଷଡ଼ଙ୍ଗୀ ବି ଛାଡ଼ିଲେ ପଦ

ନୂଆଦିଲ୍ଲୀ: କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ବର୍ତ୍ତମାନର କିଛି ମନ୍ତ୍ରୀଙ୍କ ଇସ୍ତଫା ଧାରା ଜାରି ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଏହାଛଡା ପ୍ରତାପ ଷଡ଼ଙ୍ଗୀ, ସଦାନନ୍ଦ ଗୌଡ଼, ନିଶଙ୍କ ପୋଖ୍ରିଆଲ, ଦେବଶ୍ରୀ ଚୌଧୁରୀ, ସନ୍ତୋଷ ଗଙ୍ଗୱାର ମଧ୍ୟ ଇସ୍ତଫା ଦେଇଛନ୍ତି । ଗତକାଲି ଥୱାର ଚାନ୍ଦ ଗେହଲୋଟ୍, ସଞ୍ଜୟ ଧୋତ୍ରେ ଏବଂ ରତନ ଲାଲ କାଟାରିଆଙ୍କ ଇସ୍ତଫା ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ଆଜି ସନ୍ଧ୍ୟା ୬ଟାରେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବ ।

Comments are closed.