ଜାମ୍ମୁ କାଶ୍ମୀର: ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ତିନି ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ କାଶ୍ମୀରର ଦୁଇଟି ସ୍ଥାନରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। କୁଲଗାମରେ ଦୁଇଜଣ ଲଶ୍କର ଆତଙ୍କବାଦୀ ଓ ପୁଲୱାମାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି।

ଆଜି ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ବୁରହାନ ୱାନୀର ମୃତ୍ୟୁର ପାଞ୍ଚ ବର୍ଷ ପୂର୍ତ୍ତି ହୋଇଛି। ୮ ଜୁଲାଇ ୨୦୧୬ରେ କୋକେରନାଗରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ବୁରହାନ ୱାନି ନିହତ ହୋଇଥିଲା | ସେବେଠାରୁ ପ୍ରତିବର୍ଷ ଆତଙ୍କବାଦୀମାନେ ଜୁଲାଇ ୮ରେ ଘାଟିରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥାନ୍ତି ।

ବୁଧବାର ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନର ଜଣେ ବରିଷ୍ଠ କମାଣ୍ଡରର ମୃତ୍ୟୁ ଘଟିଥିଲା।

Comments are closed.