ସ୍ବାସ୍ଥ୍ୟ ମନ୍ତ୍ରୀ ବଦଳିବା ନେଇ ରାହୁଲଙ୍କ କଟାକ୍ଷ, ଟ୍ୱିଟ୍ କରି ଏମିତି କହିଲେ..

ନୂଆଦିଲ୍ଲୀ: ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ହଟାଇ ମନସୁଖ ମାଣ୍ଡବ୍ୟଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯିବା ନେଇ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ରର ମୋଦି ସରକାରକୁ କଟାକ୍ଷ କରିଛନ୍ତି । ରାହୁଲ କହିଛନ୍ତି, ଏହାର ଅର୍ଥ ହେଉଛି ଏବେ ଦେଶରେ ଆଉ ଟିକାର ଅଭାବ ରହିବ ନାହିଁ। । ସେ ‘ଚ୍ୟାଞ୍ଜ୍’ ହ୍ୟାସଟ୍ୟାଗ ସହ ଟ୍ୱିଟ କରି ଏପରି କହିଛନ୍ତି।

ରାହୁଲଙ୍କ ଟ୍ବିଟ୍ ପରେ ବିଜେପି ମୁଖପାତ୍ର ଗୌରବ ଭାଟିଆ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ଭାଟିଆ କହିଛନ୍ତି ଯେ ରାହୁଲ ଗାନ୍ଧୀ ‘ଦାୟିତ୍ବହୀନ’ ମନ୍ତବ୍ୟ ଦେଉଛନ୍ତି ଓ ବିନା କାରଣରେ ସରକାରଙ୍କୁ ସମାଲୋଚନା କରୁଛନ୍ତି।

ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍ କହିଛନ୍ତି ଯେ ଦେଶରେ ଟିକାର ସଠିକ୍ ତଥା ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବା ନୂଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟ।

Comments are closed.