ରଥଯାତ୍ରା ପାଇଁ ପୁରୀରେ ୧୧ରୁ ତିନିଦିନିଆ କର୍ଫ୍ୟୁ, ସହରବାସୀଙ୍କ ଆଶ୍ୱସ୍ତି ପାଇଁ ଶନିବାର ସଟଡାଉନ ହେବ ନାହିଁ

ପୁରୀ – କୋରୋନା ସଂକ୍ରମଣ ଯୋଗୁଁ ଏଥର ମଧ୍ୟ ରଥଯାତ୍ରା ବିନା ଭକ୍ତରେ ହେବ । ରଥଯାତ୍ରା ପାଇଁ ପୁରୀ ସହରରେ ତିନିଦିନିଆ କର୍ଫ୍ୟୁ ଜାରି କରାଯିବ । ଏହିମାସ ୧୨ ତାରିଖରେ ରଥଯାତ୍ରା । ୧୧ ତାରିଖ ରାତି ୮ଟାରୁ ପୁରୀରେ ୧୪୪ ଧାରା ଜାରି କରାଯିବ । ଲୋକଙ୍କ ଚଳପ୍ରଚଳ ଉପରେ ରୋକ୍ ଲାଗିବ । ପୁରୀ ସହରକୁ ପ୍ରବେଶ ପଥ ସଂପୂର୍ଣ୍ଣ ସିଲ୍ କରିଦିଆଯିବ । ଜୁଲାଇ ୧୨ ତାରିଖରେ ସାରା ଦିନ ଏହି କଟକଣା ଜାରି ରହିବ । ଜୁଲାଇ ୧୩ ତାରିଖ ସକାଳ ୮ଟାରୁ ହିଁ ୧୪୪ ଧାରା ହଟିବ । ହେଲେ ରଥ ପହଂଚିବାକୁ ନେଇ କଟକଣା ବଢିପାରେ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି । ଏଣେ ତିନିଦିନ ପାଇଁ କର୍ଫ୍ୟୁ ଜାରି ହେବାକୁ ଥିବାରୁ ଏଥର ଶନିବାର ସଟଡାଉନକୁ ହଟାଇ ଦିଆଯାଇଛି ।

Comments are closed.