ଜୁଲାଇ ୧୫ ପରେ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବ କୋଭିଡ ଟିକା

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ନେଇ ଗୁୁରୁତ୍ୱପୂର୍ଣ୍ଣ ଘୋଷଣା । ଖୁବ୍ ଶୀଘ୍ର ଗର୍ଭବତୀମାନଙ୍କୁ ଟିକା ଦିଆଯିବ । ଯେଉଁ ଜିଲ୍ଲାରେ ଯେଉଁ କୋଭିଡ ଟିକା ଦିଆଯାଉଛି, ସେହି ଟିକା ଗର୍ଭବତୀଙ୍କୁ ଦିଆଯିବ । ଆଜି ଏ ନେଇ ଗାଇଡଲାଇନ ଜାରି କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଜୁଲାଇ ୧୫ ତାରିଖ ପରେ ଗର୍ଭବତୀଙ୍କୁ ଦିଆଯିବ କୋଭିଡ ଟିକା । ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରର ଗାଇଡଲାଇନ ଅନୁସରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.