ଉତ୍ତର ପ୍ରଦେଶରେ କୋଭିଡ-୧୯ର ଦୁଇ କପ୍ପା ଭାରିଆଣ୍ଟ ମାମଲା ଚିହ୍ନଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କରୋନା ଭାଇରସର କପ୍ପା ଭାରିଆଣ୍ଟର ଦୁଇଟି ମାମଲା ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସମୀକ୍ଷା ବ ବୈଠକ ପରେ ଉତ୍ତରପ୍ରଦେଶ ସରକାର ଏହି ସୂଚନା ଦେଇଛନ୍ତି। କପ୍ପା ଭାରିଆଣ୍ଟ ଅତ୍ୟଧିକ ସଂକ୍ରମଣଶୀଳ ।

ବିବୃତ୍ତିରେ କୁହାଯାଇଛି ଯେ ଗତ କିଛି ଦିନ ମଧ୍ୟରେ କିଙ୍ଗ ଜର୍ଜସ୍ ମେଡିକାଲ କଲେଜରେ ଜିନୋମ ସିକ୍ବେନ୍ସିଂ ପାଇଁ ୧୦୯ଟି ନମୁନା ପରୀକ୍ଷା କରାଯାଇଥିଲା।

ସେଥିମଧ୍ୟରୁ ୧୦୭ଟି ନମୁନାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ମିଳିଥିବାବେଳେ ଦୁଇଟି ନମୁନାରେ କପ୍ପା ଭାରିଆଣ୍ଟ ମିଳିଥିଲା ​​| କରୋନାର ଏହି ଉଭୟ ଷ୍ଟ୍ରେନ୍ ରାଜ୍ୟ ପାଇଁ ନୂଆ ନୁହେଁ। ରାଜ୍ୟରେ ଜିନୋମ ସିକ୍ବେନ୍ସିଂ କ୍ଷମତା ବୃଦ୍ଧି କରାଯାଉଛି |

ରାଜ୍ୟରେ ପୂର୍ବରୁ ମଧ୍ୟ କପ୍ପା ଭାରିଆଣ୍ଟ ମାମଲା ଦେଖିବାକୁ ମିଳିଥିଲା ବୋଲି ଉତ୍ତର ପ୍ରଦେଶର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଅମିତ ମୋହନ ପ୍ରସାଦ କହିଛନ୍ତି ।

Comments are closed.