ଆଇପିଏସ ସ୍ତରରେ ଅଦଳବଦଳ : ଏସ. ଦେବଦତ୍ତ ସିଂହ ପୋଲିସ ମୁଖ୍ୟାଳୟର ଆଇଜି, ଅଖିଳେଶ୍ୱର ସିଂହ ଜଗତସିଂହପୁର ଏସପି

ଭୁବନେଶ୍ୱର- ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୮ ବ୍ୟାଚ୍ ଆଇପିଏସ ଏସ. ଦେବଦତ୍ତ ସିଂହଙ୍କୁ ପୋଲିସ ମୁଖ୍ୟାଳୟର ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି । ଏସଓଜି କମାଣ୍ଡାଂଟ୍ ଥିବା ୨୦୦୯ ବ୍ୟାଚ୍ ଆଇପିଏସ ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି କରାଯାଇଥିବା ବେଳେ ପ୍ରତ୍ୟୁଷ ଦିବାକର ନୂଆପଡା ଏସପି ହୋଇଛନ୍ତି । ନବରଙ୍ଗପୁର ଏସପି ଭାବେ ପି.ଏସ ପୁରୁଷୋତ୍ତମ ଦାସଙ୍କୁ ନିଯୁକ୍ତି ଦିଆଯାଇଛି । ବରଗଡ ଏସପି ହୋଇଛନ୍ତି ରାହୁଲ ଜୈନ । ପି.ଏସ ମୀନାଙ୍କୁ ମାଲକାନଗିରି ଏସପି କରାଯାଇଛି । କେ. ଆର ଦେଓଙ୍କୁ ମୟୂରଭଞ୍ଜ ଏସପି ଭାବେ ନିଯୁକ୍ତି ହୋଇଛନ୍ତି ।

Comments are closed.